Img 20250225 Wa0235

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲ ମ୍ୟାଚରେ ରାଇରଙ୍ଗପୁର ଚମ୍ପିୟାନ

sports

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଡି ଆର କେ (ବି ) କୁ ୫ ଉଇକେଟରେ ପରାସ୍ତ କରି ରାଇରଙ୍ଗପୁର ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଡି ଆର କେ (ବି ) ୩୫ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରୀତପାଲ ସିଂହ ୧୫୦ ଓ ଚନ୍ଦ୍ରଭାନୁ ସେଠି ୩୯ ରନ କରିଥିଵା ବେଳେ ବିପକ୍ଷ ଦଳର ଅଭିଷେକ ପରିଡା, ଅଜୁ ମହାନ୍ତ ଓ ନିର୍ମାଲ୍ୟ ନାୟକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରାଇରଙ୍ଗପୁର ୩୫ ଓଭରରେ ୫ ଉଇକେଟ ହରାଇ ୨୪୫ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ I ଦଳ ପକ୍ଷରୁ ଜୟ କୁମାର ଅପରାଜିତ ୧୪୯ ଓ ଶୁଭମ ସାହୁ ୫୨ ରନ କରିଥିବା ବେଳେ ବିପକ୍ଷ ଦଳର ମନୋରଞ୍ଜନ ମାଝୀ, ଅମିତାଭ ଦାସ ଓ ପ୍ରୀତପାଲ ସିଂହ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ I ଜୟ କୁମାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ବରିଷ୍ଠ କୋଚ କୁମାର ରଞ୍ଜନ ପଣ୍ଡା ଓ ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମର କୁମାର ସେଠି, ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I