ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ଶେଷ ମ୍ୟାଚରେ କରଞ୍ଜିଆ କ୍ଲବ ମୟୁରଭଞ୍ଜ ରେଡ କ୍ଲବ କୁ ୧୭୦ ରନରେ ରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି କରଞ୍ଜିଆ ୩୦ ଓଭରରେ ୯ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଭବେଶ ବେହେରା ୩୭, ସାହିଲ କୁମାର ମହାନ୍ତ ୩୨ ଓ ପୁରୁଷୋତ୍ତମ ଦାସ ୩୦ ରନ କରିଥିଵା ବେଳେ ବିପକ୍ଷ ଦଳର ଶୁଭମ ମହାନ୍ତି, ବିରୁ ଟୁଡୁ, ନବନୀତ ବେହେରା ଓ ତୁଷାର ମହାକୁଡ଼ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ରେଡ ୯. ୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୩୫ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ପ୍ରିତମ ଆଚାର୍ଯ୍ୟ ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ଅଭିଜିତ ପ୍ରସାଦ ଘଣା ୨ଟି ଉଇକେଟ ଅକ୍ତିଆର କରିଥିଲେ I ଲୋକନାଥ ପୃଷ୍ଟି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ରାଇରଙ୍ଗପୁର ଓ ଡି ଆର କେ (ବି ) ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
