- ଗ୍ରୁପ ବି ର ୮ମ ମ୍ୟାଚରେ ପ୍ରୀତପାଲଙ୍କ ଶତକ ବଳରେ ଡି ଆର କେ (ବି ) ବିଜୟୀ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୮ମ ମ୍ୟାଚରେ ଡି ଆର କେ (ବି ) ମୟୁରଭଞ୍ଜ ରେଡକୁ ୧୪୪ ରନରେ ରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଡି ଆର କେ (ବି ) ୩୫ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରୀତପାଲ ସିଂହ ୧୦୩ ଓ ସୁବ୍ରତ କୁମାର ସିଂ ୫୪ ରନ କରିଥିଵା ବେଳେ ବିପକ୍ଷ ଦଳର ତୁଷାର ମହାକୁଡ଼ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ରେଡ ୨୫. ୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୫ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଶୁଭମ ଶ୍ରୀଚନ୍ଦନ ମହାନ୍ତି ୩୯ ଓ ରୋହିତ ମୁଦି ୩୭ ରନ କରିଥିବା ବେଳେ ବିପକ୍ଷ ଦଳର ଡି ଜଗନ ରେଡ୍ଡୀ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ଅତିଥି ଭାବେ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ମହାନ୍ତି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଓ ଫୁଟବଲ ସମ୍ପାଦକ ଅମର କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ I ଆସନ୍ତା କାଲି ବି ଜେ ଏମ ସି ସି ଓ ଜେ କେ ସି ସି ମଧ୍ୟରେ ମ୍ୟାଚ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I