ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୭ମ ମ୍ୟାଚରେ କରଞ୍ଜିଆ ଜେ କେ ସି ସି କୁ ୯ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଜେ କେ ସି ସି ୩୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସ୍ମୃତି ରଞ୍ଜନ ନାୟକ ୩୨ ରନ କରିଥିଵା ବେଳେ ବିପକ୍ଷ ଦଳର କେଶବ ନାଏକ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କରଞ୍ଜିଆ କ୍ଲବ ୨୯. ୩ ଓଭରରେ ଗୋଟିଏ ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସାହିଲ ମହାନ୍ତ ୬୩ ଓ କେଶବ ନାଏକ ୫୬ ରନ କରିଥିବା ବେଳେ ବିପକ୍ଷ ଦଳର ସତ୍ୟବ୍ରତ ଧଳ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I କେଶବ ନାଏକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅତିଥି ଜିଲ୍ଲା ଓକିଲ ସଂଘର ସଭାପତି ବିଭୁ ପ୍ରସାଦ ଦାସଙ୍କ ସହ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ଡି ଆର କେ (ବି ) ଓ ମୟୁରଭଞ୍ଜ ରେଡ ମଧ୍ୟରେ ଖେଳ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I

