Img 20250217 Wa0173

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଗ୍ରୁପ ବି ର ୩ୟ ମ୍ୟାଚ ରେ ବି ଜେ ଏମ ସି ସି ବିଜୟୀ

sports

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୩ୟ ମ୍ୟାଚରେ ବି ଜେ ଏମ ସି ସି ମୟୁରଭଞ୍ଜ ରେଡକୁ ୧୭୮ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ଜେ ଏମ ସି ସି ୩୫ ଓଭରରେ ୮ ଉଇକେଟ ହରାଇ ୨୪୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପୁରବ ରାଜେଶ ନନ୍ଧା ୭୦ ଓ ଲୋକନାଥ ପୃଷ୍ଟି ୪୮ ରନ କରିଥିଵା ବେଳେ ବିପକ୍ଷ ଦଳର ବିରୁ ଟୁଡୁ ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ରେଡ ୧୫. ୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୦ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଶୁଭମ ମହାନ୍ତି ୧୯ ରନ କରିଥିବା ବେଳେ ବିପକ୍ଷ ଦଳର ଲୋକନାଥ ପୃଷ୍ଟି ୪ ଟି ଉଇକେଟ ଅକ୍ତିଆର କରିଵା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ପୂର୍ବତନ କ୍ରିକେଟ ଖେଳାଳି ବିଶ୍ୱ ରଞ୍ଜନ ମହାନ୍ତି ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ଜେ କେ ସି ସି କ୍ଲବ ଏବଂ ଡି ଆର କେ ( ବି ) ମଧ୍ୟରେ ମ୍ୟାଚ ଖେଳାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I