Photo1 For The News Of Cricket Match

ଟିଲୋ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାପିଏନ୍ସ ଗୁଡ଼ଗାଓଁ ଚାମ୍ପିଅନ

sports

ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥେଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ୨୯ତମ ଆର୍ନ୍ତଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ କଟକର ୟୁନିଅନ ସ୍ପୋର୍ଟିଂ ଓ ଗୁଡ଼ଗାଓଁର ସାପିଏନ୍ସ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାପିଏନ୍ସ ୪୧ ରନରେ ୟୁନିଅନ ସ୍ପୋର୍ଟିଂ କଟକକୁ ପରାସ୍ତ କରିଛି । ସାପିଏନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଆଶିଷ ଲଡ଼ୁ ୨୦ଟି ବଲରୁ ୨୩ରନ ସଂଗ୍ରହ କରିଥିଲେ । ୟୁନିଅନ ସ୍ପୋର୍ଟିଂର ଶୁଭମ ପ୍ରିୟଦର୍ଶୀ ୪ ଓଭର ବୋଲିଂ କରି ୨୩ ରନ ବିନିମୟରେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୟୁନିଅନ ସ୍ପୋର୍ଟିଂ ବିଶ୍ୱଜିତ ପ୍ରଧାନଙ୍କ ୩୧ବଲରୁ ୩୦ ରନ ସହାୟତାରେ ୧୭ ଓଭରରେ ସମସ୍ତ ୱିକେଟ ହରାଇ୮୨ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଫଳରେ ସାପିଏନ୍ସ ୪୧ ରନରେ ବିଜୟ ଲାଭ କରିଥିଲା । ସାପିଏନ୍ସର କୁଲଦୀପ ଯାଦବ ୩ ଓଭର ବୋଲିଂ କରି ୯ ରନ ବିନିମୟରେ ୩ଟି ୱିକେଟ ଓ ଅଭିଷେକ ଖଣ୍ଡେଲୱାଲ ୪ ଓଭର ବୋଲିଂ କରି ୧୭ ରନ ବିନିମୟରେ ୩ଟି ୱିକେଟ ହାସଲ କରିଥିଲେ । ସାପିଏନ୍ସ ର ଅଭିଷେକ ଖଣ୍ଡେଲୱାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।

Photo2 For The News Of Cricket Match

ମ୍ୟାଚ ରେଫରି ଦାଇତ୍ୱ ପୂର୍ଣ୍ଣେନ୍ଦୁ ଜେନା ନିର୍ବାହ କରିଥିବା ବେଳେ ଓସିଏ ପ୍ୟାନେଲ ଅମ୍ପାୟାର ବିଭୂପ୍ରସାଦ ମିଶ୍ର ଓ ରଜଂନ ମହାନ୍ତି ମ୍ୟାଚ୍ ପରିଚାଳନା କରିଥିଲେ । ତପନ ମଜୁମ୍‌ଦାର ଓ ପବିତ୍ର ନାୟକ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଦାଇତ୍ୱ ମଳୟ କୁଅଁର,କରଣ ଖାଁ,ସୁବାସ ପୃଷ୍ଟି ପ୍ରମୁଖ ନିର୍ବାହ କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ପ୍ରକଳ୍ପ ନିର୍ଦ୍ଦେଶକ ଡ଼ିଆରଡ଼ିଏ ସରୋଜ ଦତ୍ତ,ପଂଚାନନ ମଣ୍ଡଳ,ଟିଲୋ ପଂଚାୟତ ସରପଂଚ ସଂଗ୍ରାମ କେଶରୀ ଜେନା,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ,ନିହାରିକା ରାଉତ,ବିଜୟ ନାୟକ,ଡ଼ ମନ୍ମଥ ରାଉଳ,ଗୌରାଙ୍ଗ ରାଉଳ,ଅଶ୍ୱିନୀ ସାହୁ,ବିରେନ୍ଦ୍ର ବେହେରା,ସୁବାସ ସ୍ୱାଇଁ,ଅନାଦି ଓଝା,ପ୍ରଗତି ବେହେରା,ପ୍ରଶାନ୍ତ ପୃଷ୍ଟି,ମନମୋହନ ସାହୁ,ଅବଦୁଲ ଖାଁ,ଅଶିତ କର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଓ ବେଷ୍ଟ ବ୍ୟାଟ୍ସମ୍ୟାନ କାନାଡ଼ା ବ୍ୟାଙ୍କର ତୁସାର ସୂର୍ଯ୍ୟବଂଶୀ,ବେଷ୍ଟ ବୋଲର ୟୁନିଅନ ସ୍ପୋର୍ଟିଂର ଶୁୂଭମ ପ୍ରିୟଦର୍ଶୀ,ଫେୟାର ପ୍ଲେ ପୁରସ୍କାର ଇଣ୍ଡିଆନ ଅଏଲକୁ ପ୍ରଦାନ କରାଯାଇଥିଲା ।