ଟିଲୋ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଦିଲ୍ଲୀର ସପିଏନ୍ସ

ଖେଳ

ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥେଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ୨୯ତମ ଆର୍ନ୍ତଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିଲ୍ଲୀ ସପିଏନ୍ସ ୭ ରନରେ ବାଙ୍ଗାଲୁରର କାନାଡ଼ା ବ୍ୟାଙ୍କକୁ ପରାସ୍ତ କରିଛି । ସପିଏନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଶିବା ସିଂ ୫୧ଟି ବଲରୁ ୮୦ ରନ ଓ ଶୁଭମ୍ ଗରୱାଲ ୧୮ ବଲରୁ ୨୧ରନ ସଂଗ୍ରହ କରିଥିଲେ । କାନାଡ଼ା ବ୍ୟାଙ୍କର ଦିପରାଜ ଗାଓଙ୍କର ୪ ଓଭର ବୋଲିଂ କରି ୨୨ ରନ ବିନିମୟରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ କାନାଡ଼ା ବ୍ୟାଙ୍କ ଭରତ ଚିପଲ୍ଲିଙ୍କ ୩୧ବଲରୁ ୫୭ ରନ ଓ କେଭି ସିଦ୍ଦାର୍ଥଙ୍କ ୨୯ ବଲରୁ ୩୯ରନ ସହାୟତାରେ ୨୦ ଓଭରରେ ୬ ୱିକେଟ ହରାଇ୧୭୧ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଫଳରେ ସପିଏନ୍ସ ୭ ରନରେ ବିଜୟ ଲାଭ କରିଥିଲା । ସପିଏନ୍ସର ମୟଙ୍କ ରାୱତ ୩.୨ ଓଭର ବୋଲିଂ କରି ୨୪ ରନ ବିନିମୟରେ ୨ଟି ୱିକେଟ ହାସଲ କରିଥିଲେ ।

ସପିଏନ୍ସ ଦିଲ୍ଲୀର ଶିବା ସିଂଙ୍କୁ ଏକାଡ଼େମିକ ସ୍କୁଲ ଗଣିଜାଙ୍ଗ ପ୍ରଦତ୍ତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚ ରେଫରି ଦାଇତ୍ୱ ପୂର୍ଣ୍ଣେନ୍ଦୁ ଜେନା ନିର୍ବାହ କରିଥିବା ବେଳେ ଓସିଏ ପ୍ୟାନେଲ ଅମ୍ପାୟାର ବିଭୂପ୍ରସାଦ ମିଶ୍ର ଓ ରଜଂନ ମହାନ୍ତି ମ୍ୟାଚ୍ ପରିଚାଳନା କରିଥିଲେ । ତପନ ମଜୁମ୍‌ଦାର ଓ ପବିତ୍ର ନାୟକ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଦାଇତ୍ୱ ମଳୟ କୁଅଁର,କରଣ ଖାଁ,କୌସ୍ତୁବ ଧଳ ପ୍ରମୁଖ ନିର୍ବାହ କରିଥିଲେ । ଅବସରପ୍ରାପ୍ତ ଯନ୍ତ୍ରୀ ପ୍ରଶାନ୍ତ ପୃଷ୍ଟି,ଲଣ୍ଡନରେ ଅବସ୍ଥାପିତ ପ୍ରବାସୀଭାରତୀୟ ଇଂ ତରୁଣ ଦାସ,ଯୁବନେତା ହୃଦୟ ମହାପାତ୍ର,ଓଡ଼ଙ୍ଗ ସରପଂଚ ପ୍ରତିନିଧି ଚିନ୍ମୟ ଦାସ,ଇଂ ପ୍ରସେନଜିତ ରାଜ,ରମାକାନ୍ତ ପାଣିଗ୍ରାହୀ,ଶଙ୍କର୍ଷଣ ଧଳ ଓ ଅନିନ୍ଦିତା ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ନାମେଣ୍ଟ ପରିଚାଳନାରେ ଆସୋସିଏଶନର ସମ୍ପାଦକ ଅସିତ୍ କର,ପ୍ରେମାନନ୍ଦ ବେହେରା, ସୁରେନ୍ଦ୍ର ନାୟକ, ଦୋଳଗୋବିନ୍ଦ ଲେଙ୍କା, ପ୍ରେମାନନ୍ଦ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Shrutilipi ad