55dc64e9 d1a4 4ba0 a649 f9be9f9e0cdd

ଦୁର୍ଲଭ ଆୟୁର୍ବେଦିକ ପାଣ୍ଡୁଲିପିର ଡିଜିଟାଇଜେସନ ପାଇଁ ସିସିଆରଏଏସ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସ୍ୱାସ୍ଥ୍ୟ ଓ ବିଜ୍ଞାନ

ଭୁବନେଶ୍ୱର, ୩୧/୧(ନିପ୍ର) : ଭାରତର ଚିକିତ୍ସା ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଏକ ଏତିହାସିକ ପଦକ୍ଷେପ ସ୍ୱରୂପ, ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବାକେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆରଏଏସ) ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତହୋଇଅଛି । ଏହି ଚୁକ୍ତି ଅନୁଯାୟୀ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ଅଧ୍ୟୟନ କେନ୍ଦ୍ର (ଏସଓସିଏସସି) ରେ ସଂରକ୍ଷିତ ଦୁର୍ଲଭ ଆୟୁର୍ବେଦିକ ପାଣ୍ଡୁଲିପି ଏବଂ ତାଳପତ୍ର ପୋଥିଗୁଡ଼ିକର ଡିଜିଟାଇଜେସନ, ତାଲିକାକରଣ ଏବଂ ପ୍ରକାଶନ କରାଯିବ।

ଏହି ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଭୁବନେଶ୍ୱରସ୍ଥିତକେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ (ସିଏଆରଆଇ)ପରିସରରେ ଶନିବାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସିସିଆରଏଏସ ର ମହାନିର୍ଦ୍ଦେଶକ ପ୍ରଫେସର (ବୈଦ୍ୟ) ରବିନାରାୟଣ ଆଚାର୍ଯ୍ୟ ଏବଂ ଭାରତୀୟ ଚିକିତ୍ସା ପଦ୍ଧତି ଜାତୀୟ ପରିଷଦ (ଏନସିଆଇଏସଏମ) ର ପୂର୍ବତନ ସଭାପତି ପ୍ରଫେସର ବି.ଏସ. ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ । ହାଇଦ୍ରାବାଦସ୍ଥିତ ଜାତୀୟ ଭାରତୀୟ ଚିକିତ୍ସା ଐତିହ୍ୟ ସଂସ୍ଥାନ (ଏନଆଇଆଇଏନଏଚ) ଏହି ମିଳିତ ସହଯୋଗର ନେତୃତ୍ୱ ନେଇଥିଲା ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨,୦୦୦ ରୁ ଅଧିକ ଦୁର୍ଲଭ ତାଳପତ୍ର ପୋଥି ରହିଛି, ଯେଉଁଥିରେ ଆୟୁର୍ବେଦର ଅମୂଲ୍ୟ ଜ୍ଞାନ ରହିଛି। ଏଥିମଧ୍ୟରୁ ଅଧିକାଂଶ ଏପର୍ଯ୍ୟନ୍ତ ଅପ୍ରକାଶିତ ଏବଂ ସାଧାରଣ ବୈଜ୍ଞାନିକ ସମାଜ ପାଇଁ ଅପହଞ୍ଚ ହୋଇ ରହିଛି। ଏହି ସହଭାଗିତା ମାଧ୍ୟମରେ, ସିସିଆରଏଏସ-ଏନଆଇଆଇଏମଏଚ ଅତ୍ୟାଧୁନିକ ଡିଜିଟାଇଜେସନ କୌଶଳ ବ୍ୟବହାର କରି ଏହି ଦୁର୍ଲଭ ଦଲିଲଗୁଡ଼ିକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ କରିବ ବୋଲି ଆଲୋକପାତର କରାଯାଇଥିଲା ।

Shrutilipi ad