Img 20251010 wa0170

ଚୀନରେ ଚମକିଲେ ଏବେ ପାଳି ଶ୍ରୀଲଙ୍କାରେ, ଇତିହାସ ରଚିଲେ ସନ୍ଧ୍ୟା 

ଖେଳ

ବାରିପଦା : ଶ୍ରୀଲଙ୍କାର କୋଲମ୍ବ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଏମିରେଟ୍ସ ସେଭେନ ସିରିଜ ୨୦୨୫ – ଲେଗ ୨ ରେ ଖେଳିବା ପାଇଁ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ସନ୍ଧ୍ୟାରାଣୀ ଟୁଡୁ I ଗତ ମାସ ଚୀନ ଠାରେ ଅନୁଷ୍ଠିତ ଲେଗ ୧ ସିରିଜରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ୨୧ ବର୍ଷୀୟା ସନ୍ଧ୍ୟାରାଣୀ ସର୍ବାଧିକ ୨୪ ପଏଣ୍ଟ ହାସଲ କରି ଇତିହାସ ରଚିଥିଲେ I ତାଙ୍କର ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ଭାରତୀୟ ଦଳ ଏସିଆରେ ୧୦ମ ସ୍ଥାନରୁ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇପାରିଥିଲା I ଏବେ ସେ ପୁଣିଥରେ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ମୟୁରଭଞ୍ଜରେ ଖୁସିର ଲହରୀ ଖେଳି ଯାଇଛି I ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଣୀଭୋଳରେ ପାଠ ପଢ଼ୁଥିବା ବେଳେ ରୁପାଲୀ ସୋରେନଙ୍କ ତତ୍ୱାବଧାନରେ ରଗବୀ ଖେଳ ଆରମ୍ଭ କରି ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ସହାୟତାରେ ଜାତୀୟ ସ୍ତରରେ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ ସନ୍ଧ୍ୟା I ୨୦୨୩ ଓ ୨୦୨୫ ମସିହାରେ ଜାତୀୟ କ୍ରୀଡାରେ ଓଡିଶା ପାଇଁ ସ୍ବର୍ଣ୍ଣ ପଦକ ଆଣିବାରେ ସନ୍ଧ୍ୟାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା I ଫ୍ରାନ୍ସଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ରଗଵୀ ପ୍ରତିଯୋଗିତା – ୨୦୨୪ ରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ସ୍ଥାନ ପାଇ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ I ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ କହିଛନ୍ତି ସନ୍ଧ୍ୟାଙ୍କ ସଫଳତାର କାହାଣୀ ଆଗାମୀ ପୀଢ଼ିକୁ ପ୍ରେରଣା ଯୋଗାଉଥିବ I ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଡିଭାଇନ ଅନୁଷ୍ଠାନର ନିର୍ଦ୍ଦେଶକ ବିପ୍ଳବ ଭଂଜନ ଭୁଗୁଡେଇ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I

Shrutilipi ad