Img 20250831 wa0238

୨ୟ ବାର୍ଷିକ ତ୍ରିରଙ୍ଗା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କମାଣ୍ଡୋ ଏକାଦଶ ଚମ୍ପିୟାନ 

ଖେଳ
ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ରପୁର ପଡିଆରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ତ୍ରିରଙ୍ଗା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ କମାଣ୍ଡୋ ଏକାଦଶ ରାଇଜିଂ ଷ୍ଟାର୍ସକୁ ୬ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ରାଇଜିଂ ଷ୍ଟାର୍ସ ୮ ଓଭରରେ ୪ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦିପ୍ତୀପ୍ରକାଶ ୫୨, ସ୍ୱାଭିମ ଦାସ ୪୭ ଓ ମେରି ଲୋକନାଥ ୧୫ ରନ କରିଥିଲେ I ଉତ୍ତରରେ କମାଣ୍ଡୋ ଏକାଦଶ ୬. ୧ ଓଭରରେ ୪ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଆଦିତ୍ୟ ବସା ୩୪, ସୁବାଶିଷ ଧୀର ୩୧ ଓ ପ୍ରିତମ ବେହେରା ୨୦ ରନ କରିଥିବା ବେଳେ ବିପକ୍ଷ ଦଳର ସ୍ୱରୂପ ବେହେରା ଓ ମେରି ଲୋକନାଥ ୨ ଟି ଲେଖାଏଁ ଉଇକେଟ ହାସଲ କରିଥିଲେ I ମନମୋହନ ମୁର୍ମୁ ଓ ମୃତ୍ୟୁଞ୍ଜୟ ଘୋସାଲ ଖେଳ ପରିଚାଳନା କରିଥିବା ବେଳେ ଦୀନକୃଷ୍ଣ ନାୟକ ସ୍କୋରିଂ ଏବଂ ମାନସ ଧାରା ବିବରଣୀରେ ସହାୟତା କରିଥିଲେ I ଚମ୍ପିୟାନ ଦଳକୁ ୭୦୦୦ ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୫୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I ମ୍ୟାନ ଅଫ ଦି ମ୍ୟାଚ, ଶ୍ରେଷ୍ଠ ବ୍ୟାଟ୍ସମେନ ଓ ମ୍ୟାନ ଅଫ ଦି ସିରିଜ ଭାବେ ଆଦିତ୍ୟ ବସା, ଶ୍ରେଷ୍ଠ ବୋଲର ଭାବେ ସ୍ୱରୂପ ଦାସ ଓ ଶ୍ରେଷ୍ଠ ଫିଲଡର ଭାବେ ସୁବାଶିଷ ଧୀର ପୁରସ୍କୃତ ହୋଇଥିଲେ I ଅତିଥି ଭାବେ ଯୋଗଦେଇ ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ତ୍ରିରଙ୍ଗା କ୍ଲବର ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି ଓ ପୂର୍ବତନ କ୍ରିକେଟ ଖେଳାଳି ସୋମନାଥ ସିଂହ ପୁରସ୍କାର ବିତରଣ କରିଥିଲେ I କ୍ଲବର ବରିଷ୍ଠ ସଦସ୍ୟ ଲିଟନ ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା ରେ ସ୍ୱାଭିମ ଦାସ, ଓମ ପ୍ରକାଶ ମହାନ୍ତ, ଦୀପ୍ତି ପ୍ରକାଶ ମହାନ୍ତ, ଦୀନକୃଷ୍ଣ ନାୟକ, ସନ୍ଦୀପ କୁମାର ସାମଲ, ସଂଜୀବ ମାରାଣ୍ଡି ଓ ଗୌତମ ବେହେରା ସହଯୋଗ କରିଥିଲେ I
Shrutilipi ad