Img 20250623 wa0161

ଦିବାରାତ୍ର ଭଲିବଲ ଟୁର୍ଣ୍ଣIମେଣ୍ଟ ଅନୁଷ୍ଠିତ 

ଖେଳ
ବାରିପଦା –  ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ଜୁବୁଲି ପେଟ୍ରୋଲ ପମ୍ପ ନିକଟସ୍ଥ ପଡିଆରେ ମା’ କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣIମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ଭଲିବଲ ଏସୋସିଏସନର ଉପ ସଭାପତି ମନୋରଞ୍ଜନ ଜୀଉ ଏହି ଟୁର୍ଣ୍ଣIମେଣ୍ଟକୁ ଉଦଘାଟନ କରିଥିଲେ I ମୋଟ ୯ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଗୁହାଲଡ଼ିହି ଦଳ ଢିପାସାହିକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ରେଫେରି ଭାବେ ଚିନ୍ମୟ ମିଶ୍ର, ଦୀପକ ବେହେରା, ଇନ୍ଦ୍ରଜିତ ଶତପଥି, ଯାମିନୀକାନ୍ତ ପାଣି ଖେଳ ପରିଚାଳନା କରିଥିବା ବେଳେ ସତ୍ୟଜିତ ଷଡ଼ଙ୍ଗୀ, ସପନ ରଣା ଓ ପ୍ରସନ୍ନ ମହାପାତ୍ର ସ୍କୋରିଂରେ ସହାୟତା କରିଥିଲେ I ଚମ୍ପିୟାନ ଦଳକୁ ୫ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଆପ ଦଳକୁ ୩ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଭଲିବଲ ସମ୍ପାଦକ ପାର୍ଥସାରଥି ସ୍ୱାଇଁ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଭାନୁ ପ୍ରତାପ ଭଞ୍ଜଦେଓ, ବସନ୍ତ ମିଶ୍ର, ମଙ୍ଗଲ ମାଝୀ ଉପସ୍ଥିତ ଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଜାତୀୟ ଭଲିବଲ ଖେଳାଳି ମୁକ୍ତେଶ୍ଵର ଜୀଉ ଖେଳିବା ସହ ନିୟମିତ ଯୋଗ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଉପଦେଶ ଦେଇଥିଲେ I