Img 20250607 wa0194

ସନ୍ତରଣ କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଖେଳ
ବାରିପଦା: ଆଜି  ଜିଲ୍ଲା ସ୍ତରୀୟ ସପ୍ତ ଦିବସୀୟ ପାଣିରେ ବୁଡ଼ିଯିବା ବିପଦରୁ ଉଦ୍ଧାର ପାଇବା ନିମନ୍ତେ ସନ୍ତରଣ ତାଲିମ  କାର୍ଯ୍ୟକ୍ରମ(ବ୍ୟାଚ-୧) ଉଦଯାପିତ ହୋଇଯାଇଛି ।ଓ ଏସ ଏ ପି, ପଞ୍ଚମ ବାଟାଲିୟନର ସମ୍ମିଳନୀ କକ୍ଷରେ ଅପରାହ୍ନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କାମାଣ୍ଡେଣ୍ଟ ଶ୍ରୀ ପି.କେ. ନାୟକ ସମ୍ମାନିତ ଅତିଥି ଭାବେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ଏ. ତୀର୍କୀ ଏଡିଇଓ ଗୌତମ ପାତ୍ର, ଏନ ଏସ ଏସ ସଂଯୋଜକ ଡ. ବସନ୍ତ ମହାନ୍ତ, ଏମ ପି ସି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀମତୀ ରାଇବଣି ମାର୍ଣ୍ଡି ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଡିପିଓ ଶ୍ରୀ ମହାନ୍ତି ସ୍ବାଗତ ଅଭିଭାଷଣ , ଅତିଥି ପରିଚୟ ପ୍ରଦାନ ସହିତ ସପ୍ତ ଦିବସୀୟ ସନ୍ତରଣ ତାଲିମ କାର୍ଯ୍ୟକ୍ରମଟି ଓସଡମା ସହାୟତାର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ଵାରା ସଫଳତାର ସହିତ ସମାପନ ହୋଇଥିବାରୁ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ ଆଗକୁ ଆହୁରି ୦୯ ଗୋଟେ ବ୍ୟାଚ ରେ ୨୭୦ ଜଣ ପିଲା ତଥା ୧୦ ଟି ବ୍ୟାଚରେ ମୋଟ ୩୦୦ ଜଣଙ୍କୁ ଏହିପରି ଭାବେ ତାଲିମ ଦେଇ ୱାଟର ସ୍ମାର୍ଟ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଥିଲେ। ଏଡିଇଓ ଶ୍ରୀ ପାତ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ ସନ୍ତରଣ ଶିକ୍ଷା ନିହାତି ଆବଶ୍ୟକ ବୋଲି କହିଥିଲେ। ସେହିପରି ଭାବେ ଏନଏସଏସ sanjoj ଡ. ମହାନ୍ତ ଜିଲ୍ଲା ପ୍ରଶାସନର ଏପରି ପ୍ରୟାସକୁ ପ୍ରଶଂସା କରିବା ସହିତ ଏଥି ନିମନ୍ତେ ସମସ୍ତ ଅବିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ। ଅଧ୍ୟକ୍ଷ. ତିର୍କି ପିଲାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସନ୍ତରଣ ଶିକ୍ଷା ନିହାତି ଆବଶ୍ୟକ ଓ ଏହାଦ୍ବାରା ପିଲାମାନେ ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇ ପାରିବେ ଏଵଂ ଜଣେ ଜଣେ ସ୍ବେଚଛାସେବୀ ଭାବେ କାର୍ଯ୍ୟ କରି ପାରିବେ ବୋଲି କହିଥିଲେ। ପ୍ରାଧ୍ୟାପକ ଶ୍ରୀମତୀ ରାଇବଣି ମାର୍ଣ୍ଡୀ ପୁଅ ଓ ଝିଅ ସମସ୍ତେ ଏହି ତାଲିମ ନେବା ଉଚିତ ବୋଲି କହିଥିଲେ। ସେହିପରି ମୁଖ୍ୟ ଅତିଥି ଶ୍ରୀ ନାୟକ କହିଥିଲେ ଯେ ଅଭ୍ୟାସ ମଣିଷକୁ ସଶକ୍ତ କରିବା ସହିତ ସଫଳତା ଆଣି ଦେଇଥାଏ। ଶିକ୍ଷ୍ୟା ଲାଭ ଦ୍ବାରା ଦକ୍ଷତା ଓ ମନୋବଳ ବୃଦ୍ଧି ପାଇଥାଏ ଯାହା ମନ ଭିତରେ ଥିବା ଭୟ ଦୂର କରି “ମୁଁ ପାରିବି” ର ଜିଜ୍ଞାସା ସୃଷ୍ଟି କରିଥାଏ।  ଅଭ୍ୟାସ, ସୁରକ୍ଷା ନିୟମ ପାଳନ ତଥା  ସନ୍ତରଣ ପାଇଁ ସରଞାମ ନିହାତି ଆବଶ୍ୟକ। ଏହି ସନ୍ତରଣ ତାଲିମ ଆମକୁ ପାଣି ସହ ଲଢ଼ିବା ଶିଖାଇଛି ଏଵଂ ଯେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ଅଭ୍ୟାସ ମାଧ୍ୟମରେ ଅତିକ୍ରମ କରିବାର ସାହାସ ଦେଇଛି ବୋଲି କହିଥିଲେ।
ଏହି ଅବରରରେ ମୂଖ୍ୟ ଓ ସମ୍ମାନିତ ଅତିଥି ମାନଙ୍କଦ୍ବାରା  ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପ୍ରଦାନ କରାଯାଇଥିଲା। ଶେଷରେ ଓଡ୍ରାଫ ର ଶ୍ରୀ  ଅରୁଣ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad