ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ( ୧୬ ଓ ୧୯ ବର୍ଷରୁ କମ ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବି ସି ଏ କ୍ଲବ କରଞ୍ଜିଆ କ୍ଲବକୁ ୧୨ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି I ପ୍ରଥମେ ବ୍ୟାଟିଂ କରି ବି ସି ଏ କ୍ଲବ ୩୦ ଓଭରରେ ୭ଟି ଉଇକେଟ ହରାଇ ମାତ୍ର ୧୫୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରୋହନ କୁମାର ସାହୁ ୫୦, ଗମ୍ଭୀର କୁମାର ମହାନ୍ତ ୪୯, ଚନ୍ଦନ କୁମାର ସିଂ ୨୬ ରନ କରିଥିବାବେଳେ ବିପକ୍ଷ ମହମ୍ମଦ ଆର୍ସାଦ ରାଜା ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କରଞ୍ଜିଆ କ୍ଲବ ୩୦ ଓଭରରେ ୬ଟି ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ନାରାୟଣ ପାତ୍ର ୪୮, ଏମ ଏମ ଅମନ ପ୍ରସାଦ ୪୬ ରନ କରିଥିବାବେଳେ ବିପକ୍ଷ ଦଳର ଚନ୍ଦନ କୁମାର ସିଂ ଓ ସାଇ ସ୍ନେହାଶିଷ ଦାସ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ରୋହନ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ପୂର୍ବତନ କ୍ରିକେଟ ଖେଳାଳି ମନୋରଞ୍ଜନ ଦାସ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I

