ପଂଚମୁଖୀ ହନୁମାନ ମନ୍ଦିର ବାର୍ଷିକ ଉତ୍ସବ

ଆଞ୍ଚଳିକ ଓ ସଂସ୍କୃତି

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବଗଦାକାଶୀପୁର ଗ୍ରାମର ପଂଚମୁଖୀ ହନୁମାନ ମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଲଷ୍ମୀନାରାୟଣ ପୁଷ୍କରିଣୀରୁ ଘଟୋତ୍ତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପୂର୍ବକ ପୂଜା ମଣ୍ଡପକୁ ଅଣାଯାଇଥିଲା । ମୁଖ୍ୟପୂଜକ ପୂଜକ ଶାନ୍ତନୁ ପଣ୍ଡାଙ୍କ ସମେତ ସହଯୋଗୀଙ୍କ ତତ୍ୱାବଧାନରେ ଅଙ୍କୋରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ସୁନ୍ଦରାକାଣ୍ଡ, ଗୀତାଯଂଜ୍ଞ, ଯଂଜ୍ଞ ସମେତ ବିଭିନ୍ନ ପୂଜା ଅନୁଷ୍ଠିତ ହୋଇଥିଲା । କର୍ତ୍ତା କାର୍ଯ୍ୟ ରବିନାରାୟଣ ନାୟକ ଓ ଛବିରାଣୀ ନାୟକ ତୁଲାଇ ଥିବା ବେଳେ ଆଲୋକ କୁମାର ନାୟକ,ସୁଧାଂଶୁ ଶେଖର ନାୟକ, ଆନନ୍ଦ ଚନ୍ଦ୍ର ନାୟକ, ଆଦିକନ୍ଦ ନାୟକ, ଅଶୋକ କୁମାର ନାୟକ, ଗୁରୁଚରଣ ନାୟକ, ନାରାୟଣ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ ।

Shrutilipi ad