Img 20250425 wa0231

ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ

sports

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ମ୍ୟାଚରେ ବି ସି ଏ କ୍ଲବ ମୟୁରଭଞ୍ଜ ରେଡକୁ ୩୦ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ସି ଏ ୨୧ ଓଭରରେ ସମସ୍ତ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ ସିଂ ୨୮ ରନ କରିଥିବା ବେଳେ ବିପକ୍ଷ ଦଳର ଲୋକନାଥ ପୃଷ୍ଟି ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ରେଡ ୧୮. ୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ନାତିକ ଅଗ୍ରୱାଲ ୪୦ ରନ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦନ ସିଂ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଚନ୍ଦନ ସିଂ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ଜିଲ୍ଲା ସ୍ତରୀୟ ଖେଳାଳି ସୁନୀଲ କୁମାର ନାୟକ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ ରେଡ ଓ ମୟୁରଭଞ୍ଜ ଗ୍ରୀନ ମଧ୍ୟରେ ଖେଳ ହେବ I