ବାରିପଦା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଭୁବନେଶର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ ପରିସରରେ ତା୧୨.୧୧.୨୦୨୪ରିଖ ଠାରୁ ତା୧୪.୧୧.୨୦୨୪ରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ୨୯ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିଥିଲେ ।
ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର ବକ୍ତୃତାରେ, ବନାନୀ ବେହେରା, ଏମ. ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ ପ୍ରଥମ ସ୍ଥାନ, ଚିତ୍ରାଙ୍କନ (ଦିବ୍ୟାଙ୍ଗ)ରେ ରସିଦ। ପରୱିନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁର ତୃତୀୟ ସ୍ଥାନ, କୁଇଜରେ ସମିତ ଗିରି, ଓଡିଶା ଆଦର୍ଶ ବିଦ୍ୟାଳୟ, ଝ।ଡଗାଁ, ବହଳଦା ତୃତୀୟ ସ୍ଥାନ, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଗୁରୁବାରି ମୁର୍ମୁ, ବାବା ଜଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ, ଛୋୟରାୟପୁର, ମୋରଡା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସମୟରେ ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନରେ ଜ୍ୟୋତିପ୍ରଭା ଦେବୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ, ଗୋପବନ୍ଧୁ ନଗର ତୃତୀୟ ସ୍ଥାନ, କୁଇଜରେ ନିତେଶ ଗୋଚ୍ଛାୟତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଠାଣିନୂଆଗାଁ, ବଡସାହି ତୃତୀୟ ସ୍ଥାନ, ଓଡିଆ ହସ୍ତାକ୍ଷର ଓ ଶ୍ରୁତ ଲିଖନରେ ସ୍ନେହାସିନୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, ଧ।ନଘେରା, ଖୁଣ୍ଟା ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ।
ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୬, ଭୁବନେଶ୍ଵର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ପାଇପ ବ୍ୟାଣ୍ଡ ବାଳକ ବିଭାଗରେ ବିବେକାନନ୍ଦ ବିଦ୍ୟାଳୟ, କରଞ୍ଜିଆ ପ୍ରଥମ ସ୍ଥାନ ଅଧିକାର କରି ସର୍ବ ଭାରତୀୟ ସ୍ତର (ପୂର୍ବାଞ୍ଚଳ) ଗୌହାଟି, ଆସାମ ଠାରେ ଆୟୋଜିତ ହେବାକୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି ।
ସୁରଭି ସମୟରେ ପଞ୍ଚସଖା ସେତୁ ଦ୍ଵାରା ଆୟୋଜିତ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମରେ ବଳାଙ୍ଗି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ର ପାର୍ବତୀ ମୁର୍ମୁ, ଓ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ର କରନ ହେମ୍ବ୍ରମ ଅଂଶଗ୍ରହଣ କରି ମୟୂରଭଞ୍ଜର ସାନ୍ତାଳୀ, ମୁଣ୍ଡା ଓ ହୋ ଜନଜାତିଙ୍କ ଦ୍ଵାରା ବ୍ୟବହୃତ ଭାଷାକୁ ନେଇ ଏକ ଶବ୍ଦ କୋଷ ପ୍ରସ୍ତୁତ କରିଥିଲେ । ଏହି ଶବ୍ଦ କୋଷ ଟି ବିଦ୍ୟାଳୟ ସ୍ତରରେ କିପରି ବ୍ୟବହାର ହୋଇ ପାରିବ ତାହା ବଳାଙ୍ଗି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ର ସହକାରୀ ଶିକ୍ଷୟିତ୍ରୀ ମୌସୁମୀ ଦୀକ୍ଷିତ ଉପସ୍ଥାପନା କରିଥିଲେ ଯାହା ଆମ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ। ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।
ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତିରିଙ୍ଗ ର ଛାତ୍ର ମେଘରାୟ ହେମ୍ବ୍ରମ ଓ ଜଗନ୍ନାଥ ଟୁଡୁ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକଳ୍ପ ଟି ରାଜ୍ୟସ୍ତରରେ ସର୍ବଶ୍ରେଷ୍ଠ ପଞ୍ଚମ ମଧ୍ୟରେ ରହି ଥିବାରୁ ଏହି ପ୍ରକଳ୍ପଟି ରାଜ୍ୟସ୍ତରୀୟ ସୁରଭି ୨୦୨୪ ସ୍ମାର୍ଟ ଇଣ୍ଡିଆ ହାକାଥନ ରେ ପ୍ରଦର୍ଶିତ ହୋଇ ରାଜ୍ୟ ସରକାରଙ୍କ ପାଖରୁ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ଲାଭ କାରିଛନ୍ତି ।
ରାଜ୍ୟ ସ୍ତରୀୟ ସୁରଭି ୨୦୨୪ ଅବସରରରେ ଓସେପା ତରଫରୁ ଏକ ଜନଜାତି ଶିକ୍ଷା ସମ୍ବଳ କେନ୍ଦ୍ର (Tribal Resource Centre) ପ୍ରଦର୍ଶନୀ ଷ୍ଟଲ ର ଆୟୋଜନ କରଯାଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ, ମୁଣ୍ଡା ଓ ହୋ ଜନଜାତି ଲୋକ ମାନଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ସମସ୍ତ ପାରମ୍ପରିକ ଉପକରଣ ଯଥା- ବାଦ୍ୟଯନ୍ତ୍ର, ଅଳଙ୍କାର, କୃଷି ଉପକରଣ, ମାଛଧରା ଯନ୍ତ୍ର ଓ ବିଭିନ୍ନ ଶସ୍ୟ ଆଦି ପ୍ରଦର୍ଶିତ ହୋଇଥଲା । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୟୁରଧର, କୁସୁମି ବ୍ଲକ ର ବହୁଭାଷୀ ଶିକ୍ଷକ, ଦୁବରାଜ ହେମ୍ବ୍ରମ, ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରଜିଆଣୀ, ବିଜାତଳା ବ୍ଲକର ବହୁଭାଷୀ ଶିକ୍ଷକ ରାଇସେନ ବେଶ୍ରା ଯୋଗଦାନ କରି ଶ୍ରେଣୀ ଗୃହରେ ବହୁଭାଷୀ ଶିକ୍ଷଣ ସମୟରେ ଏଗୁଡ଼ିକର ପ୍ରୟୋଗ ସମ୍ବନ୍ଧରେ ଧାରଣା ପ୍ରଦାନ ରେ ସହଯୋଗ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଏଭଳି ପ୍ରୟାସ ଓ ବିଦ୍ୟାଳୟ ସ୍ତରରେ ଏହାର ପ୍ରୟୋଗକୁ ଉଚ୍ଚ ପ୍ରଶଂସା କରିଥିଲେ ।
ରାଜ୍ୟସ୍ତରୀୟ ସୁରଭି ୨୦୨୪ ରେ ମୟୂରଭଞ୍ଜ ଜିଲ୍ଲାର ୨୬ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୫୨ ଜଣ ଛାତ୍ରୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସ, ପୂର୍ଣ୍ଣଚନ୍ଦ୍ରପୁର, ବାରିପଦା ଓ ବିଶୋଇ ର ୨୦ ଜଣ ଛାତ୍ର ଯୋଗଦାନ କରିଥିଲେ । ଅତିଥିଙ୍କ ସ୍ଵାଗତ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାନ୍ତାଳୀ ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।
ଉପରୋକ୍ତ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।